Categories: ଖେଳ

ଆଫଗାନିସ୍ତାନର ୨ ଦଳ ଭାଗ ନେବେ

ହାଙ୍ଗ୍‌ଝୋ, ୨୩ା୯ (ଏପି): ଆଫଗାନିସ୍ତାନ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ଅନୁଷ୍ଠିତ ହେଉଥିବା ପ୍ରଥମ ଏସିଆନ ଗେମ୍ସରେ ଦୁଇ ଦଳ ଆଥଲେଟ ଚାଇନିଜ ସହର ହାଙ୍ଗ୍‌ଝୋଠାରେ ପହଞ୍ଚତ୍ଛନ୍ତି। ଉଭୟଙ୍କ ରୂପ ଭିନ୍ନ ରହିଛି। ଗୋଟିଏ ଦଳ ଆଫଗାନିସ୍ତାନରୁ ଆସିଛି, ଯେଉଁ ଦେଶରେ ତାଲିବାନମାନେ ମହିଳାଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣକୁ ବାରଣ କରିଛି। ଏହି ଦଳରେ ରହିଥିବା ସମସ୍ତ ୧୩୦ ଆଥଲେଟ ହେଉଛନ୍ତି ପୁରୁଷ। ସେମାନେ ଭଲିବଲ, ଜୁଡୋ ଓ ରେସ୍‌ଲିଂ ସମେତ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଆଫଗାନିସ୍ତାନ ଅଲିମ୍ପିକ କମିଟି ପାଇଁ ତାଲିବାନମାନଙ୍କ ଦ୍ୱାରା ନିଯୁକ୍ତ ମୁଖପାତ୍ର ଆତେଲ ମାଶଓ୍ବାନି ପ୍ରକାଶ କରିଛନ୍ତି। ଅନ୍ୟ ଦଳ ୨୦୨୧ରେ ତାଲିବାନଙ୍କ ଦ୍ୱାରା କ୍ଷମତାଚ୍ୟୁତ ହୋଇଥିବା ସରକାରଙ୍କ କଳା, ଲାଲ ଓ ସବୁଜ ପତାକା ଅଧୀନରେ ମହାଦେଶର ଏହି କ୍ରୀଡ଼ା ସମାରୋହରେ ଭାଗ ନେବେ। ଆଫଗାନିସ୍ତାନର ଏହି ଆଥଲେଟମାନେ ତାଲିବାନ ସରକାର କ୍ଷମତାସୀନ ହେବା ପରେ ଦେଶ ଛାଡ଼ି ପୃଥିବୀର ବିଭିନ୍ନ ଅଞ୍ଚଳରେ ବସବାସ କରୁଛନ୍ତି। ଏହି ଆଥଲେଟ ଦଳରେ ୧୭ ମହିଳା ରହିଛନ୍ତି।

Share