Categories: ଜାତୀୟ

ଉରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ

ଶ୍ରୀନଗର, ୨୨।୬: ଉତ୍ତର କଶ୍ମୀର ବାରାମୁଳା ଜିଲାର ଉରି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସ୍ଥଳସେନା । ଏଲ୍‌ଓସି ପାଖରେ ଏହି ଦୁଇ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କ ଛଡ଼ା ଆଉ କିଛି ଆତଙ୍କୀ ଲୁଚି ରହିଥିବା ଜଣାପଡ଼ିଥିବାବେଳେ ଏବେ ବି ସୁରକ୍ଷାକର୍ମୀ ତାଙ୍କୁ ଖୋଜୁଛନ୍ତି ।

ସୂଚନା ଥାଉକି, ତିନି ଦିନ ତଳେ ଅର୍ଥାତ ଜୁନ୍‌ ୧୯ରେ ଉକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍‌କାଉଣ୍ଟରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏମାନଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ଜଣେ ଉପରିସ୍ଥ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ଆତଙ୍କବାଦୀ ପ୍ରବେଶ ଉଦ୍ୟମ କରୁଥିବା ଖବର ପାଇ ସୁରାକ୍ଷାକର୍ମୀ ଜିଲାର ଅରାଗାମ ଅଞ୍ଚଳରେ ତଲାସି ଆରମ୍ଭ କରିଥିଲେ । ଯହାଫଳରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ସୁରକ୍ଷାକର୍ମୀ ଏହାର ମୁକାବିଲା କରି ଦୁଇ ଆତଙ୍କବାଦୀଙ୍କୁ ସଫା କରିଥିଲେ ।

Share