Categories: ଜାତୀୟ

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି। ଜିଲାର ମଚିଲ ସେକ୍ଟର ଅନ୍ତର୍ଗତ କୁମକାଡ଼ିଠାରେ ଅନୁପ୍ରବେଶ ଲାଗି ଆତଙ୍କବାଦୀମାନେ ଉଦ୍ୟମ ଚଳାଇଥିଲେ। କୁପଓ୍ବାଡ଼ା ପୋଲିସଠାରୁ ଗୋଇନ୍ଦା ସୂଚନା ପାଇଁ ସେନା ଏବଂ ପୋଲିସ ପକ୍ଷରୁ କୁମକାଡ଼ି ଅଞ୍ଚଳରେ ମିଳିତ ତଲାସି ଅଭିଯାନ କରାଯାଇଥିଲା। ଏହି ଅଭିଯାନବେଳେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏନ୍‌କାଉଣ୍ଟର ସ୍ଥଳୀରୁ ୨ଟି ଏକେ ରାଇଫଲ, ୪ ଏକେ ମାଗାଜିନ୍‌, ୨୦ ରାଉଣ୍ଡ ଗୁଳି, ଏକ ପାକିସ୍ତାନୀ ପିସ୍ତଲ ଏବଂ ୨,୧୦୦ ପାକିସ୍ତାନୀ ଟଙ୍କା ଜବତ ହୋଇଛି।

Share