Categories: ଜାତୀୟ

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୨।୧୧: ଦକ୍ଷିଣ କଶ୍ମୀରର କୁଲଗାମର ଚାୱାଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ବହୁ ପରିମାଣର ଗୁଳି ଓ ଏକେ୪୭ ରାଇଫଲ ଜବତ କରିଛି।
ଜମ୍ମୁ କଶ୍ମୀର ପୋଲିସର ସୂଚନାନୁସାରେ. ଚାୱାଲଗାମରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳରେ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ମୁଜାହିଦ୍ଦିନ ଗଜୱାଟୁଲ ହିନ୍ଦ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିଲେ।

Share