Categories: ଜାତୀୟ

୨ ଆତଙ୍କବାଦୀଙ୍କ ଆତ୍ମ ସମର୍ପଣ

ଶ୍ରୀନଗର, ୩୦।୧: ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଜଣେ ଆହତ ଆତଙ୍କବାଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଏକେ-୪୭ ସହିତ ଆତ୍ମ ସମର୍ପଣ କରିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲଓ୍ବାମା ଜିଲାର ଲେଲ୍‌ହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶୁକ୍ରବାର ରାତ୍ର ୮ଟାରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବା ଲାଗି ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସେମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ବହୁ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ପରେ ଆତଙ୍କବାଦୀମାନେ ଆତ୍ମ ସମର୍ପଣ କରିଥିବା ପୋଲିସ ପକ୍ଷରୁ ଶନିବାର କୁହାଯାଇଛି।

Share