୨ ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧ା୭: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ। ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Share