Categories: ଜାତୀୟ

ସ୍ତ୍ରୀଙ୍କ ସହିତ ସପ୍ତାହରେ ୨ ଥର ହେଉଛି ଶାରୀରିକ ସମ୍ପର୍କ, ସ୍ବାମୀ ହେଲେ କୋର୍ଟଙ୍କ ଦ୍ୱାରସ୍ଥ…

ଅହମଦାବାଦ,୧୭।୧୨ : ଗୁଜରାଟ ହାଇକୋର୍ଟରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯଦିଓ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି, କିନ୍ତୁ ବିବାଦର କାରଣ କୌଣସି ପାରିବାରିକ ବିବାଦ ନୁହେଁ। ବିବାଦର କାରଣ ହେଉଛି ସ୍ତ୍ରୀ ସପ୍ତାହରେ ମାତ୍ର ୨ ଦିନ ସ୍ବାମୀଙ୍କୁ ଭେଟନ୍ତି, ଯେଉଁଥିରେ ସ୍ବାମୀ ସନ୍ତୁଷ୍ଟ ନୁହନ୍ତି। ତେଣୁ ସେ ତାଙ୍କ ଅଧିକାର ପାଇଁ ପରିବାର କୋର୍ଟରେ ପହଞ୍ଚିଥିଲେ। ଅଭିଯୋଗର ଏକ ମଜାଦାର ଉତ୍ତର ଦେଇ ମହିଳା ଜଣକ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ଜଜ ଉଭୟ ପକ୍ଷର ଶୁଣାଣି କରି ତାଙ୍କର ବିଶେଷ ମନ୍ତବ୍ୟ ଦେଇଛନ୍ତି। ସ୍ବାମୀଙ୍କୁ ଏନେଇ ଜାନୁୟାରୀ ୨୫ ରେ ଉତ୍ତର ଦେବାକୁ କୁହାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସୁରଟର ଜଣେ ବାସିନ୍ଦା ହିନ୍ଦୁ ବିବାହ ଆଇନର ଧାରା ୯ ଅନୁଯାୟୀ ପରିବାର କୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ସେ ତାଙ୍କ ସ୍ତ୍ରୀଙ୍କୁ ପ୍ରତିଦିନ ତାଙ୍କ ସହିତ ରହିବାକୁ ନିର୍ଦ୍ଦେଶ ଦେବାକୁ କହିଥିଲେ। ଉଭୟଙ୍କର ଗୋଟିଏ ପୁଅ ଅଛି, କିନ୍ତୁ ସ୍ତ୍ରୀ ଚାକିରୀ ବାହାନାରେ ଶ୍ୱଶୁର ଘରେ ରୁହନ୍ତି ନାହିଁ। ସେ ସପ୍ତାହରେ ମାତ୍ର ୨ ଦିନ ସ୍ବାମୀଙ୍କୁ ଭେଟିବାକୁ ଆସନ୍ତି। ସେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି। ସ୍ବାମୀ ଭାବରେ ତାଙ୍କର ଅଧିକାର ଉଲ୍ଲଂଘନ କରାଯାଉଛି। ସ୍ତ୍ରୀ ନିଜର ଦାୟିତ୍ୱଗୁଡିକ ପୂରଣ କରୁନାହାନ୍ତି। ସେ ତାଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିଛନ୍ତି। ସ୍ତ୍ରୀ ଦୁଇଟି ଡଙ୍ଗାରେ ଗୋଡ ଦେଇଥିବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ଏହା ଯୋଗୁ ଛୋଟ ଶିଶୁର ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି।

ଯେତେବେଳେ ସ୍ତ୍ରୀ ପାରିବାରିକ କୋର୍ଟରୁ ଏହି ନୋଟିସ ପାଇଥିଲେ, ସେ ଏହାର ଜବାବରେ ଆପତ୍ତି ଉଠାଇଥିଲେ। କୌଣସି ବିବାଦ ନ ଥିବାରୁ ସେ ତାଙ୍କ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାକୁ ବନ୍ଦ କରିବା ପାଇଁ ସିଭିଲ ପ୍ରୋସେସ କୋଡର ନିୟମ ୭ ଅର୍ଡର ୧୧ ଅନୁଯାୟୀ ଏକ ଆବେଦନ କରିଥିଲେ। ଚାକିରି କରିଥିବାରୁ ସେ ନିଜ ମାତାପିତାଙ୍କ ସହିତ ରୁହନ୍ତି। ସେ ସ୍ତ୍ରୀ ଭାବରେ ନିଜର ଦାୟିତ୍ୱକୁ ବହୁତ ଭଲ ଭାବରେ ପୂରଣ କରୁଛନ୍ତି। ସେ ସପ୍ତାହରେ ୨ ଦିନ ତାଙ୍କ ସ୍ବାମୀଙ୍କୁ ଦେଖା କରିବା ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତି। ୨ ଦିନ ଯଥେଷ୍ଟ ନୁହେଁ କି ବୋଲି ସ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୁଁ ମୋ ବୈବାହିକ ଦାୟିତ୍ୱରୁ ଦୂରେଇ ଯାଉ ନାହିଁ। ମୋ ସ୍ବାମୀଙ୍କ ଦାବି ମୁଁ ମିଥ୍ୟା ଅଟେ । ତେଣୁ ମାମଲାକୁ ଖାରଜ କରାଯିବା ଉଚିତ।

Share