Categories: ଖେଳ

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌
ନୂଆଦିଲ୍ଲୀ,୧୯।୧୧: ଆରମ୍ଭ ହୋଇଯାଇଛି ଫାଇନାଲ ମହା ମୁକାବିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ ଟିମ୍‌। ତେବେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୧ରେ ହୋଇଥିବା ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ଯେଉଁଥିରେ କି ଦୁଇ ଥର ଟସ୍‌ ପଡିଥିଲା।

ଆଇସିସି ବିଶ୍ୱକପ ୨୦୧୧ର ଫାଇନାଲ ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ହୋଇଥିଲା। ଏହି ମ୍ୟାଚରେ ବିଶ୍ୱକପ ଟାଇଟଲ ଜିତିଥିଲା ଭାରତ। କିନ୍ତୁ ମ୍ୟାଚ ପୂର୍ବରୁ ଦୁଇ ଥର ଟସ୍‌ ହୋଇଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଟସ୍‌ ପାଇଁ ମଇଦାନ ପହଞ୍ଚିଥିଲେ। ଯେତେବେଳେ ଟସ୍‌ ପାଇଁ କଏନ ପକ୍କା ଯାଇଥିଲା ସେତେବେଳେ ଦୁଇ ଅଧିନାୟକ ଟସ୍‌ ଜିତି ଯାଇଥିଲେ। ଏହାପରେ ଯେତେବେଳେ ଦ୍ୱିତୀୟ ପାଇଁ ଟସ୍‌ ପଡିଥିଲା ଶ୍ରୀଲଙ୍କା ଟସ୍‌ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

Share