ଲଭର୍ସ ପଏଣ୍ଟରେ ବୁଡ଼ି ଯାଇଥିଲେ ୨ ପର୍ଯ୍ୟଟକ, ଉଦ୍ଧାର କଲେ ଗ୍ରାମବାସୀ

ଦାରିଙ୍ଗବାଡି, ୧୮।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀରୀ ଦାରିଙ୍ଗବାଡିରେ ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ନଦୀରୁ ୨ଜଣଙ୍କୁ ଉଦ୍ଧାର କରିଥିଲେ। ସୂଚନା ମୁତାବକ, ରବିବାର ଥିବାରୁ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପୁରୀରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଡଡୁବାଡ଼ା ଲଭର୍ସ ପଏଣ୍ଟ ବୁଲିବାକୁ ଆସିଥିଲେ। ସେଠାରେ ଭୋଜି ଭାତରେ ମସଗୁଲ ଥିବାବେଳେ ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଅଧିକ ଗଭୀର ଥିବା ଯୋଗୁ ଦୁହେଁ ବୁଡ଼ି ଯାଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଖବର ପାଇ ଦାରିଙ୍ଗବାଡି ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ତେବେ ଦୁଇ ପର୍ଯ୍ୟଟକଙ୍କ ସେଭଳି କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି।

Share