ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ବାଉଁଶୁଣୀ,୧୮।୬ (ଡି.ଏନ୍‌.ଏ.): ବୌଦ୍ଧ ତହସିଲ ପ୍ରଶାସନ ପକ୍ଷରୁ ବାଲି ଚାଲାଣ କରୁଥିବା ୨ ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରସୁଲ, ମନୋରଞ୍ଜନ ସୁନା, ବୌଦ୍ଧ ଏମ୍‌ଭିଆଇ, ବାଉଁଶୁଣୀ ରାଜସ୍ବ ନୀରିକ୍ଷକ ସୁଜିତ ସାହୁ ପ୍ରମୁଖ ଚଢାଉ କରି ସଦେଇପୁର ଛକ ଏବଂ ବାଉଁଶୁଣୀ ଦମକଳ କେନ୍ଦ୍ର ସମ୍ମୁଖରୁ ବାଲି ଚାଲାଣ ହେଉଥିବା ୨ଟି ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲେ । ଯାଞ୍ଚ ବେଳେ ଗାଡି ମାଲିକ କାଗଜପତ୍ର ଦେଖାଇ ନ ପାରିବାରୁ ଅତିରିକ୍ତ ତହସିଲଦାର ଗୋଟିଏ ଗାଡ଼ିରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି । ଅନ୍ୟ ଗାଡିର ମାଲିକ ଆସି ନ ଥିବାରୁ ଗାଡ଼ିକୁ ବାଉଁଶୁଣୀ ଥାନାରେ ଜିମା ଦିଆଯାଇଥିବା ବାଉଁଶୁଣୀ ରାଜସ୍ବ ନୀରିକ୍ଷକ ସୁଜିତ କୁମାର ସାହୁ କହିଛନ୍ତି।

Share