ବାତିଲ, ଆଂଶିକ ବାତିଲ ହେବ ୨ ଟ୍ରେନ୍‌

ଭୁବନେଶ୍ୱର,୨।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ଼-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍‌-ହରିଶଙ୍କର ରୋଡ୍‌ ଏବଂ ଲଖନା ଷ୍ଟେଶନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଦୁଇଟି ଟ୍ରେନ୍‌ ପ୍ରଭାବିତ ହେବ। ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ରୁଟ୍‌ରେ ନଭେମ୍ବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ଓ ନିଜାମୁଦ୍ଦିନଠାରୁ ନଭେମ୍ବର ୨ରୁ ୭ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ସେହିଭଳି ପୁରୀ-ଦୁର୍ଗ-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀଠାରୁ ନଭେମ୍ବର ୨ ରୁ ୮ ମଧ୍ୟରେ ଏବଂ ଦୁର୍ଗଠାରୁ ୩ ରୁ ୯ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍‌ ରହିବ।

Share