Categories: ଜାତୀୟ

୨ ଟ୍ରଲର ମୁହାଁମୁହିଁ, ୪ ଜୀବନ୍ତ ଦଗ୍ଧ …

ଆଜମେର,୧୭।୮: ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାଜସ୍ଥାନ ଆଜମେରର ଜାତୀୟ ରାଜପଥ-୮ରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମଙ୍ଗଳବାର ସକାଳର ୬ଟାରେ ଘଟିଛି। ଟ୍ରଲର ଦୁଇଟି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏଥିରେ ଥିବା ଡ୍ରାଇଭର ଏବଂ ସହଯୋଗୀ ଜଳି ଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିସ୍ଫୋରଣ ଯୋଗୁ ୩୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଥିଲା। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ। ମୃତକଙ୍କୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଜବାହରଲାଲ ନେହେରୁ ହସ୍ପିଟାଲ ଶବାଗାରରେ ରଖାଯାଇଛି।

Share