Categories: ଫୁରସତ

୨ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ଟ୍ରେନଟନ୍‌: ଆମେରିକାର ଏକ ରିପୋର୍ଟ ମୁତାବକ, ପ୍ରତିଦିନ ପୃଥିବୀରେ ୩.୮ ଲକ୍ଷ ପିଲା ଜନ୍ମ ହେଉଛନ୍ତି। ନିକଟରେ ନ୍ୟୁ ଜର୍ସିରେ ୨ ଯାଆଁଳା ପିଲା ଜନ୍ମ ହୋଇଛନ୍ତି, ହେଲେ ୨ ଭିନ୍ନ ବର୍ଷରେ। ରିପୋର୍ଟ ଅନୁଯାୟୀ, ନ୍ୟୁ ଜର୍ସିର ଏକ ଦମ୍ପତି ଆଲିଆ କିଓମି ମୋରିସ ଏବଂ ମାଇକେଲ ନିକଟରେ ମା’ ବାପା ହୋଇଛନ୍ତି। ଆଲିଆ ନ୍ୟୁ ହାଭେନ ହସ୍ପିଟାଲରେ ୨ ଯାଆଁଳା  ଛୁଆ ଗୋଟେ ପୁଅ ଓ ଗୋଟେ ଝିଅକୁ ଜନ୍ମ ଦେଇଛନ୍ତି। ହେଲେ ଦୁହେଁ ଅଲଗା ଅଲଗା ବର୍ଷରେ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ଜଣେ ଗତବର୍ଷ ଏବଂ ଆଉ ଜଣେ ଏ ବର୍ଷ। ପ୍ରଥମେ ଜନ୍ମ ହୋଇଥିବା ପୁଅ ଗତବର୍ଷ ଡିସେମ୍ବର ୩୧ ତାରିଖ ରାତି ୧୧ଟା ୫୯ମିନିଟରେ ଜନ୍ମ ହୋଇଥିବାବେଳେ ଏହାର ୩ ମିନିଟ୍‌ ପରେ ଝିଅଟି ନୂଆବର୍ଷ ରାତି ୧୨ଟା ୨ମିନିଟରେ ଜନ୍ମ ହୋଇଛି। ଦୁହିଁଙ୍କ ଓଜନ ପ୍ରାୟ ୩ କିଲୋ ଥିବାବେଳେ ମା’ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି।

Share