Categories: ଜାତୀୟ

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ ଭାଜପାର ୬ ବିଧାୟକ ସମାଜବାଦୀ ପାର୍ଟିରେ ଶୁକ୍ରବାର ସାମିଲ ହୋଇଛନ୍ତି ।

ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଉପସ୍ଥିତ ଦଳରେ ଯୋଗ ଦେଇଥିବା ସ୍ବାମୀ ପ୍ରସାଦ ମୌଯ୍ୟଙ୍କ ସହ ୬ ବିଧାୟକଙ୍କୁ ସ୍ବାଗତ କରିଥିଲେ।

ସମାଜବାଦୀ ପାର୍ଟିରେ ସାମିଲ ହେବା ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଭାଜପା ଉପରେ ବର୍ଷିଥିଲେ। ଉତ୍ତର ପ୍ରଦେଶରେ ଭାଜପା ଅନ୍ତ ହେବ ବୋଲି କହିଥିଲେ। ଭାଜପା ନେତା ଲୋକଙ୍କ ସମସ୍ୟା ନ ଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ନିର୍ବାଚନ ଆସିଲା ବେଳକୁ ନିଦ୍ରାଭଙ୍ଗ ହେଉଛି ବୋଲି ଟାର୍ଗେଟ କରିଥିଲେ।

Share