ଆଜିଠାରୁ ଯୁକ୍ତ ୨ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର,୨।୬(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ ହେଉଛି। ୨ ଟି ପର୍ଯ୍ୟାୟରେ ଏହି ମୂଲ୍ୟାୟନ ହେବାକୁ ଥିବା ବେଳେ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍‌ଲାଇନ୍‌ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ୍‌ ଯୋଗେ ମୂଲ୍ୟାୟନ ହେବ।

ପ୍ରକାଶ ଯେ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ। ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ ୨ ଆରମ୍ଭ ହୋଇ ୧୨ ତାରିଖ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ଆରମ୍ଭ ହେବ। ସେଥିମଧ୍ୟରେ ପଲ୍‌ଟିକାଲ ସାଇନ୍ସ, ହିଷ୍ଟ୍ରି, ଓ ଏଜୁକେଶନ୍‌, ଫିଜିକ୍ସ, କେମେଷ୍ଟ୍ରି, ଅର୍ଥନୀତି, ଇଂଲିଶ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଜୁନ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ। ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ।

Share