ଜଣଙ୍କ ଶରୀରରେ ୨ ଭାରିଆଣ୍ଟ

ବ୍ରସେଲ୍ସ, ୧୨ା୭: ଏକା ଥରକରେ କରୋନା ଭୂତାଣୁର ଆଲ୍‌ଫା ଏବଂ ବିଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଲ୍‌ଜିୟମର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଶନିବାର ଜଣାପଡ଼ିଛି। ମାର୍ଚ୍ଚ ୩ରେ ସେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିଲେ ହେଁ ପୁଣି ଦେହ ଖରାପ ହେବାରେ ଲାଗିଥିଲା। ଏହାର କିଛି ଦିନ ପରେ ତାଙ୍କ ମୃତ୍ୟୁ ଘଟିଥିଲା। ବ୍ରିଟେନ୍‌ରେ ପ୍ରଥମେ ଦେଖାଦେଇଥିବା ଆଲ୍‌ଫା ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟରେ ସେ ସଂକ୍ରମିତ ହୋଇଥିଲେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଛନ୍ତି।

Share