ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍ଏସି ଅଧୀନ ମିରିଗିଣି ଗ୍ରାମରେ ୩୧ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ୨ ଗ୍ରାମକୁ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଦୁଇ ଗ୍ରାମରେ ବ୍ୟାରିକେଡ୍ କରାଯାଇ ଯାତାୟାତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ବିଡିଓ ଅନିତା ନାୟକ, ଆଇଆଇସି ପ୍ରଭଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ।