ଆମ୍ବ ଟାକୁଆ ଖାଇ ୬ ଗୁରୁତରଙ୍କ ମଧ୍ୟରୁ ୨ ହେବେ କଟକ ରେଫର: ସରପଞ୍ଚ କହିଲେ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ମାଣ୍ଡିପଙ୍କା ଗ୍ରାମର ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେ ହେଲେ ମଧ୍ୟରୁ ଜିତା ମାଝୀ ଏବଂ ଟୁନି ମାଝୀ। ତାଙ୍କୁ ସେଠାକାର ଡାକ୍ତର ଅଧିକା ଚିକିତ୍ସା ପାଇଁ କଟକ ଯିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ କଟକ ନିଆଯିବ ବୋଲି ଗଦାପୁର ସରପଞ୍ଚ କୁମାରୀ ମଲିକ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ସରପଞ୍ଚ ଗତ ୨ ଦିନ ହେଲା ବ୍ରହ୍ମପୁର ବଡ଼ ମେଡିକାଲରେ ରୋଗୀଙ୍କ ସହ ଉପସ୍ଥିତ ରହିଛନ୍ତି।

Share