ମିରଟ, ୧୦।୧୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ କଙ୍କରଖେଡ଼ା ଥାନା ଖଡ଼ୌଲି କଲୋନୀରେ ୩ ଦିନ ତଳେ ଜନ୍ମ ହୋଇଥିବା ୫ କୁକୁରଛୁଆ ବାରମ୍ବାର ଶବ୍ଦ କରୁଥିବାରୁ ଏଥିରେ ବିରକ୍ତ ହୋଇ ଶୋଭା ଏବଂ ଆରତି ନାମ୍ନୀ ୨ ମହିଳା ସେମାନେ ଶୋଇଥିବା ବୁଦା ଉପରେ ପେଟ୍ରୋଲ ସେମାନଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ଆନିମଲ କେୟାର ସୋସାଇଟିର ଅଭିଯୋଗ ଆଧାରରେ ୨ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ମିରଟ ଏସ୍ଏସ୍ପି ବିପିନ ତାଡ଼ା କହିଛନ୍ତି। କୁକୁର ଛୁଆଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ପୋତି ଦିଆଯାଇଛି। ୨ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିରଟ ସିଟି ଆରକ୍ଷୀ ଅଧୀକ୍ଷକ(ଏସ୍ପି) ଆୟୁଷ ବିକ୍ରମ ସିଂ କହିଛନ୍ତି।