Categories: ଜାତୀୟ

ପଶ୍ଚିମବଙ୍ଗରେ ୨ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ ପରେଡ୍‌

କୋଲକାତା,୨୩।୭: ପଶ୍ଚିମବଙ୍ଗର ମାଲଦାରେ ସ୍ଥାନୀୟ ଦୋକାନୀମାନେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଚୋରି ସନ୍ଦେହରେ ଅର୍ଦ୍ଧ ଉଲଗ୍ନ ପରେଡ୍‌ କରାଇବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ପ୍ରକାଶ ପାଇବା ପରେ ଶନିବାର ପୋଲିସ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ୩/୪ ଦିନ ପୂର୍ବରୁ ମାଲଦାର ପକୁଆହାଟ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ସମ୍ପ୍ରଦାୟରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ନ ହେବା ପର୍ଯ୍ୟନ୍ତ କେହି ପୋଲିସରେ ଅଭିଯୋଗ କରି ନ ଥିଲେ। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାରେ ନୀରବ ଦର୍ଶକ ସାଜିଥିବା ବିରୋଧୀ ଭାଜପା ଅଭିଯୋଗ କରିଛି।

Share