ଭଦ୍ରକ ଅଫିସ, ୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାର ୧୪୪ ଧାରା ଜାରି ହୋଇଛି । ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିଯାଇଥିଲା। ଏଥିରେ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଉତ୍ତେଜନାକୁନେଇ ଆସନ୍ତା ୧୪ ତାରିଖ ସକାଳ ୬ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି l କମ୍ପାନୀ ପରିସରରେ ଭଙ୍ଗାରୁଜା ସହ ଉତ୍ତେଜନାକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଛି।