
ନୂଆପଡ଼ା,୭ା୪(ମକାରୁ ବେମାଲ)- ମାତ୍ର ୨ ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍ ରେକଡର୍ସର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ନୂଆପଡ଼ା ଜିଲା ସିନାପାଲି ସହରର ହରେକୃଷ୍ଣ ମେହେର ଓ ତପସ୍ବିନୀ ମେହେରଙ୍କ ଶିଶୁପୁତ୍ର ଶିବାଂସ। ଶିବାଂସ ନିମିଷକେ ୧୪ ଗୋଟି ଅଙ୍ଗପ୍ରତ୍ୟଙ୍ଗ ନାମ, ପଶୁପକ୍ଷୀର ନାମ, ଇଂରାଜୀରେ ୭ ବାରର ନାମ, ୨୦ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ନାମ, ୪ ଦିଗର ନାମ,୧୨ ମାସର ନାମ, ୨୪ ଭେହିକଲ ନାମ, ୨୪ ପ୍ରଫେଶନ, ୧ରୁ ୩୦ ସଂଖ୍ୟା ଗଣନା, ୩ ଓଡ଼ିଆ ଗୀତ, ୫ ଋତୁ, ୩ ସଂସ୍କୃତ ଶ୍ଳୋକ, ବିଭିନ୍ନ ପଶୁର ନାମ ଇତ୍ୟାଦି ସ୍ପଷ୍ଟ ଭାବେ କହିପାରୁଛନ୍ତି। ସେହିଭଳି ୫ ଯୋଗାସନ କରିବା ସହିତ ଜାତୀୟ ସଙ୍ଗୀତ ଗାନ ଭଳି କାର୍ଯ୍ୟକଳାପ ଦେଖାଇ ୨୦୨୫ ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ନିଜର ସ୍ଥାନ ପକ୍କା କରିଛନ୍ତି। ମା’ବାପା ଏଥିରେ ଖୁସି ପ୍ରକଟ କରି ଆଗକୁ ଏସିଆ ବୁକ୍ ଅଫ୍ ରେକଡର୍ସ, ଗିନିଜ ବୁକ୍ ଅଫ ରେକଡର୍ସ ପାଇଁ ପ୍ରସ୍ତୁତି ଜାରି ରହିବ ବୋଲି କହିଛନ୍ତି। ଏହି ସଫଳତା ପରେ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଭବିଷ୍ୟତରେ ଜଣେ ପାଇଲଟ ହେବାର ତାଙ୍କ ଦୃଢ଼ ଇଚ୍ଛା ରହିଥିବା ଶିବାଂସ ପ୍ରକାଶ କରିଛନ୍ତି।