ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ

ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଘର ଲୋକ ଦେଖି ଉଭୟଙ୍କୁ ଗୁରୁତରର ଅବସ୍ଥାରେ ଜିଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକ ହେଲେ କୂଳସାହି ଗ୍ରାମର ମାନସ ଜେନାଙ୍କ ପୁଅ କାହ୍ନା(୨) । ଅନ୍ୟଜଣେ ମିଥୁନ ଜେନାଙ୍କ ଝିଅ ପିକୁ ଜେନା (୨)।
Share