‘ଫନି’କୁ ପୂରିଲା ୨ ବର୍ଷ: ଏବେବି ବାତ୍ୟା ନାଁ ଶୁଣିଲେ ଥରି ଉଠୁଛି ଛାତି

ଭୁବନେଶ୍ୱର,୩।୫(ବ୍ୟୁରୋ): ଆଜିର ଠିକ୍‌ ଏହି ଦିନରେ ଅର୍ଥାତ୍‌ ମେ’ ୩ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ‘ଫନି’। ୨୦୧୯ ମେ’ ୩ରେ ଓଡ଼ିଶାରେ ଫନି ତା’ର କରାଳ ରୂପ ଦେଖାଇଥିଲା। ଏଥିରେ ଛାରଖାର ହୋଇଯାଇଥିଲା ଅନେକ ଗାଁ। ବିଶେଷକରି ପୁରୀ ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ କ୍ଷୟକ୍ଷତି ହୋଇଥିଲା। କେତେ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା। ଆଜି ଫନିକୁ ୨ ବର୍ଷ ପୂରିଥିବା ବେଳେ ଲୋକଙ୍କ ମନରୁ ଏହି ଭୟ ଦୂର ହୋଇନାହିଁ। ଟିକେ ଝଡ଼ତୋଫାନ କଥା ଶୁଣିଲେ ମନରେ ଛନକା ପଶିଯାଉଛି। ଏହି ବାତ୍ୟାର ଭୟଙ୍କର ଦୃଶ୍ୟ ଯେ ଦେଖିଛି, ସେ ଅନୁଭବ କରିଛି ଏହା କେତେ ଭୟଙ୍କର ଥିଲା। ଖୁବ୍‌ ଜୋର୍‌ରେ ପବନ ବହିବାରୁ ଅନେକ ଘରଦ୍ୱାର, ଗଛ,ଇଲେକ୍ଟ୍ରିଖୁଣ୍ଟ ଆଦି ଭାଙ୍ଗିଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଛାଡ଼ିଦେଇଗଲା ଅନେକ କ୍ଷତ। ଯାହା ଆଜି ବି ପୂରଣ ହୋଇନାହିଁ।

Share