ନୂଆଦିଲ୍ଲୀ, ୧୩।୬ : ଭାରତରେ ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି ପାଇଛି। ନମୁନା ରେଜିଷ୍ଟ୍ରେଶନ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟମାନଙ୍କର ହାରାହାରି ବୟସ ଦୁଇ ବର୍ଷ ବଢ଼ି ୬୯.୭ ବର୍ଷକୁ ବୃଦ୍ଧି ପାଇଛି।
୨୦୧୫ ରୁ ୨୦୧୯ ମଧ୍ୟରେ ଏହି ନମୁନା ତଥ୍ୟ ଆଧାରରେ ହାରାହାରି ବୟସ ପ୍ରକାଶ ପାଇଛି। ଯଦିଓ ବିଶ୍ୱର ହାରାହାରି ବୟସ ବିଷୟରେ କହିବାକୁ ଗଲେ, ଭାରତରେ ହାରାହାରି ବୟସ ୭୨.୬ ବର୍ଷ ରହିଛି। ଏଭଳି ପରିସ୍ଥିତିରେ ଭାରତ ବିଶ୍ୱ ସ୍ତରରେ ପ୍ରାୟ ତିନି ବର୍ଷ ପଛରେ ରହିଛି।
୧୯୭୦-୭୫ରେ ଏହା ୪୯.୭ ବର୍ଷ ଥିଲା। ଅର୍ଥାତ୍ ପରବର୍ତ୍ତୀ ୪୫ ବର୍ଷରେ ଏହା ପ୍ରାୟ ୨୦ ବର୍ଷ ବୃଦ୍ଧି ପାଇଛି। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଆୟୁଷର ପାର୍ଥକ୍ୟ ବୃଦ୍ଧି ପାଇଛି। ପୁରୁଷଙ୍କ ହାରାହାରି ବୟସ ୭୪.୩ ବର୍ଷ ଏବଂ ମହିଳାମାନଙ୍କର ହାରାହାରି ବୟସ ୭୭.୫ ବର୍ଷ ରହିଛି।
ଯଦି ଏହାକୁ ନେପାଳ ଏବଂ ବାଂଲାଦେଶ ଲୋକଙ୍କ ଜୀବନ ଧାରଣ ବୟସ ତୁଳନାରେ ଭାରତର ନାଗରିକଙ୍କ ବୟସ କମ୍ ରହିଛି।
ବାଂଲାଦେଶର ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସ ୭୧.୧ ବର୍ଷ ଥିବାବେଳେ ନେପାଳରେ ଏହା ୭୦.୫ ବର୍ଷ ରହିଛି। ଜାତିସଂଘର ମାନବ ରିପୋର୍ଟ ଅନୁସାରେ ଉଭୟ ଦେଶରେ ନବଜାତକ ମୃତ୍ୟୁ ହାର ଭାରତ ତୁଳନାରେ କମ।
ଦେଶର ବିଭିନ୍ନ ରାଜ୍ୟରେ ୀବନ ଧାରଣ ବୟସ ହାର ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ସର୍ବାଧିକ ରହିଛି। ଏଠାରେ ହାରାହାରି ବୟସ ୭୫.୯ ବର୍ଷ ରହିଛି। ହାରାହାରି ବୟସ ୭୫.୨ ବର୍ଷ ସହିତ ଦିଲ୍ଲୀ ପରେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। ଜମ୍ମୁ-କଶ୍ମୀର ତୃତୀୟ ସ୍ଥାନରେ ଅଛି, ଏଠାରେ ହାରାହାରି ବୟସ ୭୪.୨ ବର୍ଷ, ହିମାଚଳ ପ୍ରଦେଶରେ ହାରାହାରି ବୟସ ୭୩.୧ ବର୍ଷ, ପଞ୍ଜାବରେ ହାରାହାରି ବୟସ ୭୨.୮ ବର୍ଷ ରହିଛି। ତାଲିକାର ନିମ୍ନ ଭାଗରେ ଥିବା ରାଜ୍ୟଗୁଡ଼ିକ ବିଷୟରେ କହିବାକୁ ଗଲେ ଛତିଶଗଡର ହାରାହାରି ବୟସ ୮୮.୯ ବର୍ଷ, ଉତ୍ତରପ୍ରଦେଶରେ ହାରାହାରି ବୟସ ୬୬.୨ ବର୍ଷ, ମଧ୍ୟପ୍ରଦେଶରେ ହାରାହାରି ବୟସ ୬୬.୧ ବର୍ଷ , ଆସାମରେ ଏହା ୬୮.୩ ବର୍ଷ, ରାଜସ୍ଥାନରେ ୭୧.୩ ବର୍ଷ ରହିଛି।
ଗତ ୪୫ ବର୍ଷ ମଧ୍ୟରେ ଓଡିଶାରେ ଲୋକଙ୍କ ହାରାହାରି ଜୀବନ ଧାରଣ ବୟସ ୨୪ ବର୍ଷ ବୃଦ୍ଧି ପାଇଛି। ସେହିପରି ତାମିଲନାଡୁରେ ଏହା ୪୫.୭ ବର୍ଷ ବୃଦ୍ଧି ପାଇଛି। ଉତ୍ତରାଖଣ୍ଡରେ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଏଠାରେ ୨୦୧୦ରୁ ୨୦୧୪ ମଧ୍ୟରେ ହାରାହାରି ଜୀବନ ଧାରଣ ବୟସ ୭୧.୭ ବର୍ଷ ଥିଲା କିନ୍ତୁ ୨୦୧୫-୨୦୧୯ ମଧ୍ୟରେ ଏହା ୭୦.୬ ବର୍ଷକୁ ହ୍ରାସ ପାଇଛି। ବିହାର ଏବଂ ଝାଡଖଣ୍ଡରେ ମହିଳାଙ୍କ ଜୀବନ ଧାରଣ ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଏଠାରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାରାହାରି ବୟସ ଅଧିକ ରହିଛି।