୨ ବର୍ଷର ଲୋକାର୍ପିତ କେନାଲକୁ ପାଣି ଆସିନି

କେନ୍ଦ୍ରାପଡ଼ା, ୨୪।୭ (ଜଗନ୍ନାଥ ଧଳ): ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର କେନାଲ ୨୦୨୨ ମେ ୧୮ ରେ ଲୋକାର୍ପିତ ହୋଇଥିଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବରେ ତତ୍କାଳୀନ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ ଉତ୍ସବ ହୋଇଥିବାବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ତୁଟିଥିବାରୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଥାନୀୟ ଚାଷୀ ପ୍ରଶଂସା କରିଥିଲେ। ତେବେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି କେନାଲକୁ ପାଣି ଟୋପାଏ ଆସିନାହିଁ। ସ୍ଥାନୀୟ ଅଞ୍ଚଳର ୬,୪୦୪ ହେକ୍ଟର ଚାଷୀ ଜମି ପାଇଁ ବର୍ଷା ଏକମାତ୍ର ଭରସା ହୋଇଛି।
ଏ ସମ୍ପର୍କରେ କୃଷକ ନେତା ବିଧୁ ଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚାଷୀ ରଞ୍ଜନ ରାଉତ, ସୁବାସ ରାଉତ, ଅମ୍ବିକା କାନୁନ୍‌ଗୋ, ସୁଶୀଲ ସାହୁ ପ୍ରମୁଖ କହିଛନ୍ତି, ଚଳିତବର୍ଷ ଖରିଫ ଚାଷ ପାଇଁ ୧୫ ତାରିଖରୁ ଜିଲାର ସମସ୍ତ କେନାଲରେ ପାଣି ଛଡାଯାଇଛି। ତେବେ ଏହି ଜଳସେଚନ ପ୍ରକଳ୍ପର କେନାଲରେ ୨ ବର୍ଷ ଧରି ପାଣି ଆସିନାହିଁ। ଫଳରେ ପାଣି ପାଇଁ ଚାହିଁଥିବା ଚାଷୀ ବର୍ଷା ଅପେକ୍ଷାରେ ରହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ଦ୍ୱୀପାଞ୍ଚଳର ୧୫,୩୪୨ହେକ୍ଟର ଚାଷ ଜମି ମଧ୍ୟରୁ ୨୦୦୪ ସୁଦ୍ଧା କଟକ ଜିଲାର ନିଶ୍ଚିତକୋଇଲି ବ୍ଲକ ଓ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ୮,୯୩୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯାଇଛି। ୨ ବର୍ଷ ପୂର୍ବେ ଖୋଳାଯାଇଥିବା ୧୨କିମି ଲମ୍ବର ଚିତ୍ରୋପତ୍ଳା ନଦୀର ଦକ୍ଷିଣ ଓ ୧୦ କିମି ଦୀର୍ଘ ପାଇକା ନଦୀ ବାମପାର୍ଶ୍ୱ ଏହି କେନାଲ ସହିତ ପ୍ରାୟ ୫୦କିମିର ୪୫ଟି ମାଇନର ଓ ସବ୍‌ମାଇନର କେନାଲ ଖୋଳାଯିବା ପାଇଁ ଡିପିଆର ହୋଇଥିଲା। ଏହାଦ୍ୱାରା କେନ୍ଦ୍ରାପଡ଼ା ଜିଲାର ଗରଦପୁର ଓ ମାର୍ଶାଘାଇ ବ୍ଲକର ଅବଶିଷ୍ଟ ୬,୪୦୪ହେକ୍ଟର ଜମି ଚଳିତ ଖରିଫ ଋତୁଠାରୁ ଜଳସେଚିତ ହୋଇପାରିବ ବୋଲି ଆକଳନ କରାଯାଇଥିଲା। ମାତ୍ର ତତ୍କାଳୀନ ସମୟରେ କେନାଲ ଖୋଳା ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ମନ୍ତ୍ରୀଙ୍କ ଲୋକାର୍ପଣ ଓ ଚଳିତ ଖରଫ ଋତୁରେ ଜଳ ଯୋଗାଣ ଦମ୍ଭୋକ୍ତି ଏହି ସମାରୋହରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଅଦ୍ୟାବଧି ଏହି କେନାଲରେ ପାଣି ନ ଆସିବାରୁ ମନ୍ତ୍ରୀଙ୍କ ତରବରିଆ ଉଦ୍‌ଘାଟନର କାରଣ ଖୋଜା ଚାଲିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଚାଷ ଜମି ଜଳସେଚିତ ହେବ। ଏହି ଦ୍ୱୀପାଞ୍ଚଳର କୃଷି ଓ କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ବପ୍ନ ନେଇ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩ ଶହରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀଙ୍କ ପାଇଁ ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାର ଆରମ୍ଭ କରିଥିଲେ। ଏଥିପାଇଁ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଲୋକଙ୍କ ଦାବି ଅନୁଯାୟୀ, ଏଡିବି ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପାଇକା ନଦୀର ବାମପାର୍ଶ୍ୱରେ ଥିବା ଯଦୁପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ମୁଖ୍ୟ କେନାଲ ଏବେ ବଟିରା ପାଖରେ ଅଟକି ରହିଛି। ସେହିପରି ଚିତ୍ରୋପତ୍ଳା ନଦୀର ଦକ୍ଷିଣପାର୍ଶ୍ୱରେ ଆସିଥିବା ମୁଖ୍ୟ କେନାଲ ଗରଜଙ୍ଗା ପର୍ଯ୍ୟନ୍ତ ଯିବାକୁ ଥିବା ବେଳେ ଉଦ୍‌ଘାଟନ ପୂର୍ବରୁ ନଇନ୍ଦିପୁର ପାଖରେ ଅଟକି ରହିଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀଙ୍କୁ ପଚାରିବାରେ ଜିଲାର ସମସ୍ତ କେନାଲରେ ପାଣି ଛଡାଯିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri