ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଗାଡ଼ି ଫେରାର

ନୂଆପଡ଼ା ଅଫିସ,୨୦।୧: ନୂଆପଡା ଜିଲା କୋମନା ଥାନା ବରନ୍ଦାପାଟ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭେଲା ପଞ୍ଚାୟତ ଅଧୀନ ଭରତପଡାର ଚିତମନ ମାଝି ଓ କୁରେଶ୍ୱର ପଞ୍ଚାୟତ ଖରର୍ସେଲ ପଡାର ରତନ ମାଝି।

ଗୁରୁବାର କୌଣସି କାମରେ ଚିତମନ ଏବଂ ରତନ ଏକ ବାଇକ୍‌ (ନଂ.ଓଡି୨୬ଇ-୧୩୮୬)ରେ ଯାଉଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। କୋମନା ଥାନା ପୋଲିସ ମୃତଦେହ ଜବତ କରିଛି। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।