Categories: ଜାତୀୟ

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ ଯୁବକ ଦ୍ୱୟ ଏକ ଷଣ୍ଢ ଚୋରିକରି ସୋମବାର ରାତିରେ ଟିଲୋନା ଗ୍ରାମରେ ରଖିଥିଲେ। ଗ୍ରାମବାସୀ ଏହା ଜାଣିପାରି ୨ ଚୋରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେଇଥିଲେ। ମୃତକ ଦ୍ୱୟ ହେଲେ ମାନ୍‌ସିଂଘାଡ଼ି ଗ୍ରାମର ଲାଲ୍‌ମୋହନ ପାଶ୍ୱାନ ଓ ନାଗେଶ୍ୱର ପାଶ୍ୱାନ। ଆଉ କେତେଜଣ ଚୋର ଫେରାର୍‌ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବରପାଇ ସିମୁଲତାଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଜାମୁଇ ଏସ୍‌ପି ଇନାମୁଲ ହକ୍‌ କହିଛନ୍ତି, ୨ ମୃତକଙ୍କ ବିରୋଧରେ ଅନେକ ଆପରାଧିକ ମାମଲା ରହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share