ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…

ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି ଏବଂ ଏହାର ଭିଡିଓ କରୁଛନ୍ତି। ଏହି ଭିଡିଓଟି ବିହାରର ସିୱାନ ବୋଲି କୁହାଯାଉଛି। ଯୁବତୀମାନଙ୍କ ମଧ୍ୟରେ ଝଗଡା ହେବାର କାରଣ ବୟ ଫ୍ରେଣ୍ଡ ବିବାଦ। ଭିଡିଓଟି ରବିବାର (୨୪ ସେପ୍ଟେମ୍ବର ୨୦୨୩) ବୋଲି କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲା ସିୱାନର ସିସୱନ ଅଞ୍ଚଳର। ଭାଇରାଲ ଭିଡିଓରେ ଦେଖାଯାଇଥିବା ଯୁବତୀମାନେ ସିୱାନର ଇସଲାମିଆ କଲେଜର ଛାତ୍ରୀ । କୁହାଯାଉଛି ରବିବାର ଦିନ କ୍ଲାସରେ ପଢୂଥିବା ସମୟରେ ଉଭୟଙ୍କ ମଧ୍ୟରେ ବୟ ଫ୍ରେଣ୍ଡଙ୍କ ପ୍ରସଙ୍ଗକୁ ନେଇ ଝଗଡା ହୋଇଥିଲା। ତେବେ ଦୁହେଁ ଶ୍ରେଣୀରେ ଚୁପ ରହିଥିଲେ। ପରେ ଯେତେବେଳେ କଲେଜ ବନ୍ଦ ହେଲା ସେତେବେଳେ ଦୁହେଁ ସମାନ ପ୍ରସଙ୍ଗରେ ପୁଣି ରାସ୍ତାରେ ହାତାହାତି ହୋଇଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଗୋଇଠା ମରାମରି ହେବା ଏବଂ ମୁଥ ମାରିବା ଆରମ୍ଭ ହୋଇଥିଲା। ଭାଇରାଲ ଭିଡିଓରେ ନାଲି ବୁର୍ଖା ପିନ୍ଧିଥିବା ଯୁବତୀ କଳା ବୁର୍ଖା ପିନ୍ଧିଥିବା ଯୁବତୀଙ୍କୁ ପିଟିବାରେ ଲାଗିଥିଲେ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭିଡିଓରେ ଆକ୍ରମଣକାରୀଙ୍କ ଭୂମିକାରେ ଦେଖାଯାଇଥିବା ନାଲି ବୁର୍ଖା ପିନ୍ଧିଥିବା ଯୁବତୀଙ୍କର ଜଣେ ପୁଅଙ୍କ ସହିତ ପ୍ରେମ ସମ୍ପର୍କ ରହିଛି। ତେବେ ଦୁହିଁଙ୍କ ଭଲ ପାଇବାରେ ଅନ୍ୟ ଯୁବତୀ ପ୍ରବେଶ କରି ଲଭ ଟ୍ରାଙ୍ଗେଲ ସୃଷ୍ଟି କରିଥିଲେ। ଏଭଳି କରିଥିବା ଯୁବତୀ ଭିଡିଓରେ ଏକ କଳା ବୁର୍ଖାରେ ଦେଖିବାକୁ ମିଳିଛି। ଶ୍ରେଣୀ ଗୃହରେ ହୋଇଥିବା ଭିଡିଓଟି ୮ ସେକେଣ୍ଡର ହୋଇଥିବାବେଳେ ରାସ୍ତାରେ ଚାଲିଥିବା ହାତାହାତି ଭିଡିଓ ୧୪ ସେକେଣ୍ଡର।

ଏହି ଭିଡିଓର ନିର୍ମାତାମାନେ ମଧ୍ୟ ଇସଲାମିଆ କଲେଜର ଛାତ୍ରୀ ବୋଲି କୁହାଯାଉଛି। ସେମାନେ ଝଗଡ଼ା ବେଳେ ହସୁଛନ୍ତି।

Share