ସୁରଟକୁ ଗଞ୍ଜେଇ ଚାଲଣ ବେଳେ ୨ ଯୁବକ ଗିରଫ

ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ଚଢାଉ କରି ଭରତପୁର ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ଗଞ୍ଜାମର କାହ୍ନୁ ବେହେରା ଓ ବିହାରର ସୁରଜ ଯାଦବ। ଉଭୟଙ୍କଠାରୁ ସାଢେ ୫ କେଜି ଗଞ୍ଜେଇ ଓ ଏକ ହଜାରେ ଟଙ୍କା ଜବତ ହୋଇଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ବସ୍‌ ଯୋଗେ ସୁରଟକୁ ଚାଲଣ କରୁଥିବା ଭରତପୁର ପୋଲିସକୁ ଖବର ମିଳିଥିଲା । ତେବେ କାହାଠାରୁ ଆଣୁଥିଲେ ,କେତେ ଦିନ ହେଲା ଏହି କାରବାର କରି ଆସୁଥିଲେ ତାହାର ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Share