ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ ସୁଦୀପ ସାମଲ ଓ ଗୋପାଳ ମାର୍ଥା ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ କଂଗ୍ରେସ ନିଲମ୍ବିତ କରିଛି। ନିକଟରେ ଯୁବ ନେତାଙ୍କୁ ଟିକେଟ୍‌ ଦିଆଯାଇ ନ ଥିବା ଅଭିଯୋଗରେ କଂଗ୍ରେସ ଭବନରେ ତାଲା ପକାଇ ହଙ୍ଗାମା କରିଥିଲେ। ଯାହା ପରେ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କିଛି ଦିନ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନକ ପରେ ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିବେ । ୨୮ତାରିଖରେ ନିଶ୍ଚିନ୍ତକୋଇଲିରେ ନିର୍ବାଚନୀ ସଭାରେ ଯୋଗଦେବେ କଂଗ୍ରେସ ଏମ୍‌ପି। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।

Share