Advertisement

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଦେଇଛି। ଏନେଇ ଥାନାରେ ୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଛି । ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ ବାଳକୃଷ୍ଣ କୈଣସି କାମରେ ବାହାରକୁ ଯାଇଥିଲେ । ଅପରାହ୍ନରେ ସେ ଘରକୁ ଫେରିବା ସମୟରେ ଘର ସମ୍ମୁଖରେ ହଠାତ ପଡି ଯାଇଥିଲେ । ସେହିଭଳି କନ୍ଧମାଳ ଜିଲା ଖଜୁରୀପଡ଼ା ଅଞ୍ଚଳର ଏ ବିନାୟକ ରାଜସ୍ବ ଦୀପ ଏକ ଦୁର୍ଘଟଣାରେ ମଙ୍ଗଳବାର ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ବିନାୟକ ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ୯/୨୫ ରେ ଆଉ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ବିନାୟକଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିବା ଯୋଗୁ ସେ ମୃତ୍ୟୁବରଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share