Advertisement

ଜାତୀୟ ରାଜପଥଉପରୁ ଛେଳି ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ

ଦାରିଙ୍ଗବାଡି,୩୦।୫(ଡି.ଏନ.ଏ ): ଜାତୀୟ ରାଜପଥଉପରୁ ଛେଳି ଚୋରିକରି ନେଉଥିବା ବେଳେ ୨ ଜଣଙ୍କୁ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ୫୯. ନଂ ଜାତୀୟ ରାଜପଥର ନିରିକେତା ଘାଟିରେ। ଏକ ପିକଅପ୍‌ ଭ୍ୟାନରେ ୨ ଜଣ ଯୁବକ ଏକ ଛେଳି ଚୋରି କରିନେବା ବେଳେ ଶ୍ରାନିକେତାଠାରେ ଅଞ୍ଚଳବାସୀ ଉକ୍ତ ପି୍‌କଅପଭ୍ୟାନକୁ ଅଟକାଇ ଛେଳିିକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକାଇ ଉତ୍ତ୍ୟକ୍ତ ଲୋକେ ନିର୍ଧୁମ ଛେଚିବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ସୂଚନାଯୋଗ୍ୟ, ଏକ ପିକଅପ୍‌ ନଂ (ଓଡି ୦୭ ଏ ଏଲ ୭୫୬୬) ଟି ବାଲିଗୁଡା ପଟୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ରାଜପଥର ନିରିକେତା ଘାଟିରେ ଛେଳି ଗୁଡିକ ଚରୁଥିବା ବେଳେ ପିକଅପରେ ଥିବା ଡ୍ରାଇଭର ଓ ହେଲପର ଦୁହେଁ ଛେଳିିକୁ ଧରି ତାର ମୁହଁରେ ସେଲୋଟେପ ଲଗାଇ ଡାଲାରେ ନେଇ ଯାଉଥିଲେ ଏହି ସମୟରେ ଜଙ୍ଗଲରେ କାମ କରୁଥିବା ଲୋକ ଛେଳି ମାଲିକଙ୍କୁ ଜଣାଇଥିଲେ ଖବରପାଇ ଡାବୁଲମାହା ଗ୍ରାମର ଛେଳି ମାଲିକ ଅଜିତ ପ୍ରଧାନ ଉକ୍ତ ପିକଅପଭ୍ୟାନ ପଛରେ ବାଇକରେ ଗୋଡ଼ାଇଥିଲେ ଏବଂ ଆଗରେ ଥିବା ଗ୍ରାମ ଶ୍ରାନିକେତାକୁ ସୂଚନା ଦେଇ ଉକ୍ତ ଭ୍ୟାନକୁ ଅଟକାଇବାକୁ କହିଥିଲେ। ଶ୍ରାନିକେତାବାସୀ ଭ୍ୟାନକୁ ଅଟକାଇ ଦେଇଥିଲେ ।ଖବର ଲେଖିବା ସୁଦ୍ଧା ପୋଲିସ ପହଞ୍ଚି ଡ୍ରାଇଭର ଓ ହେଲ୍‌ପରଙ୍କୁ ଥାନାକୁ ନେବାସହ ଭ୍ୟାନ ଓ ଛେଳିକୁ ମଧ୍ୟ ଥାନାକୁ ନେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share