ଜୟଦେବ ଯେନାଙ୍କୁ କରୋନା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଜୟଦେବ ଯେନା କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ-୧୯ ପରୀକ୍ଷାରେ ତାଙ୍କର ପଜିଟିଭ୍‌ ଆସିଛି। ଏନେଇ ଦଳୀୟ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ନିଜକୁ ଆଇସୋଲେଟ ହେବାକୁ ସେ ନିବେଦନ କରିଛନ୍ତି। ଏକ ଘରୋଇ ହସ୍ପିଟାଲରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

Share