Categories: ଜାତୀୟ

କଂଗ୍ରେସ କାର୍ଯ୍ୟକ୍ରମର ବାସି ଖାଦ୍ୟ ଖାଇ ୨୦ ଗୋରୁ ମୃତ

ରାୟପୁର,୫ା୯: ଛତିଶଗଡ଼ର ନୟା ରାୟପୁର ଅନ୍ତର୍ଗତ ଟୁଟା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିବା ସହ ଅନେକ ଅସୁସ୍ଥ ହୋଇପଡ଼ିଥିବାରୁ ବିରୋଧୀ ଭାଜପା କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ଖବର ଅନୁଯାୟୀ ଗତ ୨ ତାରିଖରେ ଉକ୍ତ ସ୍ଥାନରେ ରାଜୀବ ଯୁବ ମିତନ କ୍ଲବ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପାଇଁ ଆସିଥିବା ଖାଦ୍ୟ ପ୍ୟାକେଟ୍‌ ମଧ୍ୟରୁ ପ୍ରାୟ ୨ରୁ ୩ ଟ୍ରକ୍‌ ପ୍ୟାକେଟ ବଳିଥିଲା। ସେଗୁଡ଼ିକ ବାସି ହୋଇଯିବାରୁ କାର୍ଯ୍ୟକ୍ରମ ସ୍ଥଳରେ ଫିଙ୍ଗିଦିଆଯାଇଥିଲା, ଯାହାକୁ ଖାଇ ଗୋରୁଙ୍କ ଜୀବନ ଗଲା ବୋଲି ଗାଁ ଲୋକେ ଓ ଗୋରୁ ମାଲିକ ଅଭିଯୋଗ କରିଛନ୍ତି।

Share