ସୋରଡ଼ା ଏସ୍‌ବିଆଇ ଶାଖାରେ ପହଞ୍ଚିଲା ୨୦ ଟଙ୍କିଆ କଏନ

ସୋରଡା,୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜାଦୀ କା ଅମୃତ ମହୋତ୍ସବର ୭୫ ବର୍ଷ ଉପଲକ୍ଷେ ନୂତନ ୨୦ ଟଙ୍କିଆ କଏନ ପ୍ରଚଳନ ହେବା ପରେ ଶନିବାର ପ୍ରଥମେ ସୋରଡା ଏସ୍‌ବିଆଇ ଶାଖାରେ ପହଞ୍ଚିଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ନୂତନ କଏନ ପ୍ରଦାନ କରାଯାଇଛି । ନୂତନ କଏନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି। ଶନିବାର ଏହାର ବହୁଳ ବ୍ୟବହାର ଗ୍ରାହକସେବା କେନ୍ଦ୍ର ଓ ମିନିବ୍ୟାଙ୍କଗୁଡିକରେ ଦେଖାଯାଇଛି ।