ଭାରତ ସହ ୨୦ ଦେଶକୁ ବିମାନ ବାତିଲ କଲା ସାଉଦି

ରିୟାଦ୍‌, ୪ା୨: ସାଉଦି ଆରବରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାଉଦିି ପକ୍ଷରୁ ବୁଧବାରଠାରୁ ଭାରତ, ଆମେରିକା ସମେତ ମୋଟ ୨୦ ଦେଶକୁ ବିମାନ ଚଳାଚଳ ବାତିଲ କରାଯାଇଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ, ବ୍ରାଜିଲ, ଜାପାନ, ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ବିଡେନ, ଜର୍ମାନୀ, ଆୟର୍ଲାଣ୍ଡ, ସୁଇଜରଲାଣ୍ଡ ଆଦି ରହିଛି। ତେବେ କୂଟନୀତିଜ୍ଞ, ସାଉଦି ନାଗରିକ, ସ୍ବାସ୍ଥ୍ୟକର୍ମୀ ଓ ସେମାନଙ୍କ ପରିବାର ଉପରେ ଏହି କଟକଣା ଲାଗୁ କରାଯିବ ନାହିଁ। ଏବେ ସୁଦ୍ଧା ଏହି ସାଉଦିି ଆରବରେ ୩ ଲକ୍ଷ ୬୮ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ହଜାର ୪ ଶହ ଜଣଙ୍କ ମୃତ୍ୟୁ ଘଟିଛି।

Share