ମସ୍‌ଜିଦରେ ବିସ୍ଫୋରଣ ଘଟଣା : ୨୦ ମୃତ, ୯୬ ଆହତ

ଇସଲାମାବାଦ,୩୦।୧: ପାକିସ୍ତାନର ଏକ ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି।
ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଞ୍ଚଳରେ ଏକ ମସ୍‌ଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରଣ ଯୋଗୁଁ ମସ୍‌ଜିଦର ଗୋଟିଏ ପାର୍ଶ୍ୱ ଭୁଶୁଡି ପଡିଛି। ଯାହା ଫଳରେ ଅନେକ ଲୋକ ଫସି ରହିଥିବା କୁହାଯାଉଛି। ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ବର୍ତ୍ତମାନ ପାକିସ୍ତାନୀ ସେନା ସେହି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି।

Share