ନୂଆଦିଲ୍ଲୀ,୩ା୮: ଭାରତରେ ୨୦ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବା ବୁଧବାର ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ପ୍ରଦାନ ପାଇଁ ଅଧିକୃତ ନୁହନ୍ତି। ଜାଲ୍ ବିଶ୍ୱବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ୮ଟି ଦିଲ୍ଲୀରେ ରହିଛି। ସେଗୁଡ଼ିକ ହେଲା ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ସାଇନ୍ସେସ୍ (ଏଆଇଆଇପିଏଚ୍ଏସ୍) ଷ୍ଟେଟ୍ ଗଭର୍ନମେଣ୍ଟ ୟୁନିଭର୍ସିଟି ଆଲିପୁର, କମର୍ସିଆଲ ୟୁନିଭର୍ସିଟି ଲିଃ ଦରିଆଗଞ୍ଜ, ୟୁନାଇଟେଡ୍ ନେଶନ୍ସ ୟୁନିଭର୍ସିଟି, ଦିଲ୍ଲୀ, ଭୋକେଶନାଲ ୟୁନିଭର୍ସିଟି ଦିଲ୍ଲୀ, ଏଡିଆର୍ ସେଣ୍ଟ୍ରିକ୍ ଜୁଡିସିଆଲ ୟୁନିଭର୍ସିଟି ରାଜେନ୍ଦ୍ର ପ୍ୟାଲେସ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଦିଲ୍ଲୀ, ବିଶ୍ୱକର୍ମା ଓପନ୍ ୟୁନିଭର୍ସିଟି ଫର୍ ସେଲ୍ଫ-ଏମ୍ପ୍ଲୟମେଣ୍ଟ, ଜିଟିକେ ଡିପୋ ଅପୋଜିଟ୍ ଏବଂ ଆଧ୍ୟାମତ୍ିକ ବିଶ୍ୱବିଦ୍ୟାଳୟ, ରୋହିଣୀ। ସେହିପରି ଉତ୍ତର ପ୍ରଦେଶରେ ୪, ପଶ୍ଚିମବଙ୍ଗରେ ୨, ଆନ୍ଧ୍ର ପ୍ରଦେଶରେ ୨ଟି ଫେକ୍ ୟୁନିଭର୍ସିଟି ରହିଛି। ଅନ୍ୟ ଜାଲ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କର୍ନାଟକ, କେରଳ, ମହାରାଷ୍ଟ୍ର ଓ ପୁଡ଼ୁଚେରୀର ଗୋଟିଏ ଲେଖାଏ ରହିଛି।