Categories: ଫୁରସତ

୨୦ ଫୁଟ୍‌ର ଖଟ

ବ୍ରାଜିଲ, ସାଓ ପାଉଲୋରେ ରହୁଥିବା ଆର୍ଥର ଓ ଉର୍ସୋ ଏବେ ବେଶ୍‌ ଚର୍ଚ୍ଚାରେ। ପ୍ରଥମତଃ ତାଙ୍କର ଅଛନ୍ତି ୬ଜଣ ସ୍ତ୍ରୀ। ଦ୍ୱିତୀୟରେ ନିଜ ୭ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ସେ ନିକଟରେ ତିଆରି କରାଇଛନ୍ତି ୨୦ ଫୁଟ୍‌ ଲମ୍ବା ଓ ୭ ଫୁଟ ଓସାରର ଏକ ଖଟ। ଯେଉଁଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି ୮୧ ଲକ୍ଷ ୫୪ ହଜାର ଟଙ୍କା। ଉକ୍ତ ଖଟ ପ୍ରସ୍ତୁତ ହେବା ଲାଗି ୧୫ ମାସ ସମୟ ଲାଗିଥିଲା। ୧୨ ଜଣ କାରିଗର ମିଶି ଏହାକୁ ତିଆରି କରିଥିଲେ। ଏହି ଖଟର ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି, ଲେଖିଛନ୍ତି ସମ୍ପର୍କ ଭିତରେ ଖୁସି ଆଣିବା ଲାଗି ମୁଁ ଏଭଳି କାମ କରିଛି, ଯାହା ଅନ୍ୟ ପାଇଁ ଅସମ୍ଭବ। ତାହା ମୁଁ ତିଆରି କରି ଦେଖାଇଛି। ଆଉ ଗଢିଛି ପୃଥିବୀର ସବୁଠାରୁ ବଡ଼ ଖଟ। ଆର୍ଥର କୁହନ୍ତି, ‘ସ୍ତ୍ରୀମାନଙ୍କ ସହ ଏକାଠି ବସି ଗପସପ ହେବାବେଳେ ସୋଫାରେ ଯାଗା ହୁଏନା। ଏମିତିକି ଡବଲ ବେଡ୍‌ରେ ବି ଏକାଠି ବସିବାବେଳେ ଅସୁବିଧା ହେଉଥିଲା। ସେଥିପାଇଁ ଏକ ବଡ଼ ଖଟ ତିଆରି କରିବାର ଯୋଜନା କଲି। ଯାହାକି ଏବେ ସାକାର ହୋଇପାରିଛି।’ ବ୍ରାଜିଲରେ ବହୁ ପତ୍ନୀ ରଖିବା ଆଇନସମ୍ମତ। ୨୦୦୧ ରେ ସେ ପ୍ରଥମ ବିବାହ କରିଥିଲେ। ପରେ ସେ ଜଣ ଜଣ କରି ୮ଜଣଙ୍କୁ ବିବାହ କଲେ। ତେବେ ଦୁଇଜଣଙ୍କୁ ସେ ଛାଡପତ୍ର ଦେଇଛନ୍ତି। ତେଣୁ ଏବେ ତାଙ୍କର ଅଛନ୍ତି ୬ ଜଣ ପତ୍ନୀ।

Share