Advertisement

ଖୋଲିଲା ୨୦ ଗେଟ୍‌: ମହାନଦୀରେ ବଢୁଛି ବନ୍ୟା ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୩୩ ଫୁଟରେ ପହଞ୍ଚିଛି। ଏନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ବୁଧବାର ସନ୍ଧ୍ୟା ସୁଦ୍ଧା ୨୦ଟି ଗେଟରେ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ସୂଚନା ଦେଇଛନ୍ତି।

ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଏଥିଯୋଗୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଟରେ ୨ ଲକ୍ଷ ୯୨ ହଜାର ୬୨୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଜଳଭଣ୍ଡାର ନିଷ୍କାସନ ପାଣି ମହାନଦୀରେ ବନ୍ୟା ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି।