Categories: ଜାତୀୟ

ନକଲି ଔଷଧ ବିକ୍ରି: ୨୧ରାଜ୍ୟର ୨୦୯ଟି କମ୍ପାନୀ କରିଛନ୍ତି ସରକାରଙ୍କ ନୋଟିସ୍‌କୁ ଅଣଦେଖା

ନୂଆଦିଲ୍ଲୀ,୧।୭:ନକଲି ଔଷଧ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ସଂଗୃହିତ ତଥ୍ୟ ଅନୁଯାୟୀ ଗତ ଚାରି ବର୍ଷ ମଧ୍ୟରେ ୭୮ ଟି କମ୍ପାନୀକୁ ନକଲି ଔଷଧ ବିଷୟରେ ୨୦ରୁ ଅଧିକ ଥର ନୋଟିସ ଦିଆଯାଇଛି। ଯେତେବେଳେ କେନ୍ଦ୍ରୀୟ ଟିମ୍‌ ପୁନର୍ବାର ଏହି କମ୍ପାନୀଗୁଡିକରେ ଯାଞ୍ଚ କରିଥିଲେ ନୋଟିସ୍‌ ସତ୍ତ୍ୱେ ସେମାନେ କିଛି ପରିବର୍ତ୍ତନ କରି ନ ଥିଲେ। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧୬ଟି କମ୍ପାନୀ ବିରୋଧରେ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଦୁଇଟି କମ୍ପାନୀର ଲାଇସେନ୍ସ ବାତିଲ କରିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ଠାରୁ ସମସ୍ତ ରାଜ୍ୟରେ ଔଷଧର ଗୁଣବତ୍ତା ଯାଞ୍ଚ ପାଇଁ ଏକ ଜାତୀୟ ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଦର୍ଶାଉଛି ଯେ, ଗତ ଚାରି ବର୍ଷ ମଧ୍ୟରେ ୨୧ଟି ରାଜ୍ୟର ୨୦୯ କମ୍ପାନୀ ସରକାରୀ ନୋଟିସ୍‌କୁ ଅଣଦେଖା କରିଛନ୍ତି। ୭୮ଟି କମ୍ପାନୀକୁ ୨୦ରୁ ଅଧିକ ଥର ନୋଟିସ୍‌ ଦିଆଯାଇଛି।

Share