ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୨୦ କି.ମି. ଯାତ୍ରା

ପାରାଦୀପ ୨୪l୯(ସ୍ବ.ପ୍ର.): ପାରାଦୀପ ଗଡ ପଞ୍ଚାୟତ ଓ ପୌରପାଳିକା ଉପାନ୍ତରେ ରହିଛି ଚନକଣ ନାମକ ବଙ୍ଗୀୟ ବସ୍ତି। ଏହାର ଭୌଗଳିକ ସୀମା କହିଲେ ତୈଳ ବିଶୋଧନାଗାର ଓ ପିପିଏଲ୍‌ କାରଖାନାର ମଧ୍ୟସ୍ଥଳକୁ ବୁଝାଏ। ପୂର୍ବ ଭାଗରେ ବଙ୍ଗୋପସାଗର, ପଶ୍ଚିମରେ କଂସାରୀପାଟିଆ ନଦୀ ଅବସ୍ଥିତ। ଯାତାୟାତ ପାଇଁ ଏକମାତ୍ର ମାଧ୍ୟମ ହେଲା ପିପିଏଲ୍‌ କାରଖାନା ପାଚେରୀ କଡ଼ ମାଟିରାସ୍ତା। ଏହି ରାସ୍ତା ଅତିକ୍ରମ କଲାପରେ ଷଣ୍ଢକୁଦ ବସ୍ତି ଓ ପାରାଦୀପ ସହର ପଡ଼ିବ। ଏହି ବସ୍ତିର ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ପାଇଁ ୨୦ କିମି ଦୂରରେ ଥିବା ପାରାଦୀପ ଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡେ। ଏପରି ଅସୁବିଧା ବସ୍ତିବାସିନ୍ଦା ୨୦ ବର୍ଷ ହେବ ଭୋଗୁଥିବା କହିଛନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା , ପାନୀୟ ଜଳ ଓ ବିଦୁତ୍‌ ସେବା ଆଦି ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏସବୁ ପାଇଁ ଚନକଣ ବାସିନ୍ଦା ଷଣ୍ଢକୁଦ ବସ୍ତି ଉପରେ ନିିର୍ଭରଶୀଳ। କାରଣ ଷଣ୍ଢକୁଦ ହେଉଛି ଚନକଣଠାରୁ ମାତ୍ର ୩ କିମି ଦୂର। କିନ୍ତୁ ଚନକଣ ବସ୍ତି ସରକାରୀ ଭାବେ ପାରାଦୀପଗଡ ପଞ୍ଚାୟତ ଅଧୀନରେ ରହିଛି। ଏହାର ରାଜସୱ ମୌଜା ନାମ ହେଉଛି ଉଦୟଚାନ୍ଦପୁର। ୨୦୧୧ ଜନଗଣନା ଅନୁଯାୟୀ ଏହି ବସ୍ତିର ଲୋକସଂଖ୍ୟା ୩୨୫ ଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଏଠାକାର ଭୋଟର ସଂଖ୍ୟ ୧୧୦ ବୋଲି ଜଣାପଡ଼ିଛି। ବସ୍ତିର ସମସ୍ତ ଜାଗା ସରକାରୀ ହୋଇଥିବାବେଳେ ପ୍ରାୟ ୫୦ ବର୍ଷ ତଳୁ ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ଜଣାପଡ଼ିଛି। ସେତେବେଳେ ସେହି ଅଞ୍ଚଳ ଫାଙ୍କା ଥିବାରୁ ବିଲ ରାସ୍ତା ଦେଇ ପାରାଦୀପଗଡ଼ ଯାଉଥିଲେ। ୨୦୦୦ରେ ଉକ୍ତ ଜମି ତୈଳ ବିଶୋଧନାଗାର ପାଇଁ ଅଧିଗ୍ରହଣ ହୋଇଥିଲା। ପରେ କାରଖାନା ପ୍ରତିଷ୍ଠା ହୋଇଥିଲା। ତୈଳବିଶୋଧନାଗାର କର୍ତ୍ତୃପକ୍ଷ ପାଚେରୀ ବୁଲେଇ ଦେବାପରେ ସେମାନଙ୍କ ଯାତାୟାତ ବାଟ ବନ୍ଦ ହୋଇଗଲା ବୋଲି ବସ୍ତିର ତାହିର ଖାନ କୁହନ୍ତି। ଗଡ଼ପଞ୍ଚାୟତ ଅଧୀନରେ ଥିବାରୁ ଆମକୁ ଯାବତୀୟ ସମସ୍ୟା ହେଉଛି। ଭତ୍ତା କିମ୍ବା ରାଶନ ସାମଗ୍ରୀ ପାଇଁ ବହୁ ଦୂରକୁ ଯିବାକୁ ପଡୁଛି ବୋଲି ସେ କହିଛନ୍ତି ।ସରପଞ୍ଚ ସସ୍ମିତା ବେହେରା କୁହନ୍ତି, ଏଭଳି ପଞ୍ଚାୟତ ଓଡ଼ିଶାରେ ବୋଧହୁଏ ବିରଳ। କାରଣ ପଞ୍ଚାୟତ କାମ ପାଇଁ ପାରାଦୀପ ସହର ଅତିକ୍ରମ କରି ସେଠାକୁ ଯିବାକୁ ପଡ଼ୁଛି। ବସ୍ତିରେ ପଞ୍ଚାୟତ ତରଫରୁ ୨୦୧୨ରେ କଙ୍କ୍ରିଟ ରାସ୍ତା କରାଯାଇଥିଲା। ସେତେବେଳେ ଗାଡ଼ି ଯିବା ପାଇଁ ବାଟ ନ ଥିଲା। ପଞ୍ଚାୟତ ଅଫିସ ପାଖରୁ ସିମେଣ୍ଟ ଗୋଡି ଗୋଳେଇ ଟ୍ରାକ୍ଟର ଯୋଗେ ଷଣ୍ଢକୁଦ ନେଇଥିଲୁ। ପାରାଦୀପ ବନ୍ଦର ସହର ଅତିକ୍ରମ କରିବା ପାଇଁ ବନ୍ଦର ପ୍ରଶାସନ ସ୍ବିକୃତି ଦରକାର। ଏମିତି ଅନେକ ପ୍ରତିକୂଳ ଅବସ୍ଥାରେ କଙ୍କ୍ରିଟ ରାସ୍ତା କରାଯାଇଛି। ଦୁଇଟି ନଳକୂପ ଓ କ୍ଲବଘର ହୋଇଛି। ଆୟତନ କ୍ଷେତ୍ରରେ ଆମକୁ ବହୁତ ଅସୁବିଧା ହେଉଛି। ଦୂରତା, ପାରିପାର୍ଶ୍ୱିକ ସମସ୍ୟା ଯୋଗୁ ସେଠାରେ ସରକାରୀ ସୁବିଧା ଯୋଗାଇବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ହତ୍ୟା ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ଜେଲ୍‌

ବ୍ରହ୍ମପୁର,୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଆଧାର କରି...

ଇଞ୍ଜିନିୟରିଂ କଲେଜରେ ର଼୍ୟାଗିଂ ଅଭିଯୋଗ: ଜୁନିୟର ଛାତ୍ରଙ୍କୁ ଆକ୍ରମଣ କଲେ ସିନିୟର, ୫ ଅଟକ

କେନ୍ଦୁଝର,୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରି କଲେଜ(ଜିସିଇ)ରେ ମାଇନିଂ ଇଞ୍ଜିନିୟରିଂ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ଉକ୍ତ ବିଭାଗର ସିନିୟର ଛାତ୍ରମାନେ ଆକ୍ରମଣ...

ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ...

ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା...

୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

ଗାଁ ଦାଣ୍ଡରେ ଯୁବକଙ୍କୁ କରିଥିଲେ ବିଭତ୍ସ ହତ୍ୟା: ମିଳିଲା ଆଜୀବନ ଜେଲ୍‌ ଦଣ୍ଡ

ବ୍ରହ୍ମପୁର, ୬।୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୧ରେ ସନ୍ତୋଷ ସେଠୀ ନାମକ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ...

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ମାଣ୍ଡିପଙ୍କା ଗାଁରେ ପହଞ୍ଚି ତଦନ୍ତ କଲେ ଆରଡିସି, ଜିଲାପାଳ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆମ୍ବ ଟାକୁଆ ଯାଉ ଘଟଣାପରେ ପ୍ରଶାସନର ତତ୍ପରତା: ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର: ଏଣିକି ଚାଷ ପାଇଁ ମିଳିବ ଋଣ 

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ମାଣ୍ଡିପଙ୍କା ଗସ୍ତପରେ ଉକ୍ତ ଅଞ୍ଚଳର ଚିତ୍ର ବଦଳିବା ନେଇ ଲୋକଙ୍କ ମଧ୍ୟରେ ଆଶାସଞ୍ଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri