୮ ଦିବ୍ୟାଙ୍ଗ ପରିବାରକୁ ୨୦ ଲକ୍ଷ ସହାୟତା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମର ୮ ଦିବ୍ୟାଙ୍ଗ ପରିବାରକୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି।

ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ପି. ଅନେୱସା ରେଡି, କର୍ଲାମୁଣ୍ଡା ଖ ଜୋନ୍‌ ଜିଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସଭାପତି ସୁରେଶ ଚୌଧୁରୀଙ୍କ ଉପସ୍ଥିତରେ ଏହି ସହାୟତା ରାଶି ଦିଆଯାଇଛି। ବ୍ଳକର ଗଜବାହାଲ ଗାଁର ଦିବ୍ୟାଙ୍ଗ ପରିବାର ଦିଗ ନାଗ ଏବଂ ତାଙ୍କର ସ୍ତ୍ରୀ ସବିତା ନାଗ, ଭଟାପଲା ଗାଁର ଫାଲଗୁନ ସାହୁ ଓ ସ୍ତ୍ରୀ ଯଶୋବନ୍ତି ସାହୁ, ବ୍ରହ୍ମଣୀମୁଣ୍ଡା ଗାଁର କୈଳାସ ରଣା ଓ ସ୍ତ୍ରୀ ଅନିତା ରଣା, ତେରେସିଙ୍ଗା ଗ୍ରାମର ଅଞ୍ଜଳି ମାଝୀ ଓ ତାଙ୍କ ସ୍ବାମୀ ପବିତ୍ର ମାଝୀ, ବୋରପଦର ଗ୍ରାମର ବଳରାମ ସାହୁ ଓ ତାଙ୍କ ସ୍ତ୍ରୀ ସୁନାଫୁଲ ସାହୁ, ଜୋରାଡବରା ଗ୍ରାମର ନର୍ମଦା ବେହେରା ଓ ତାଙ୍କ ସ୍ବାମୀ ବଳଦେବ ଗଉଡ଼, ସ. ମାଲପଡ଼ା ଗ୍ରାମର ତପନ ଚନ୍ଦନ ଓ ତାଙ୍କ ସ୍ତ୍ରୀ ଜାନକୀ ହେର୍ନା, ସିଲେଟପଡା ଗ୍ରାମର ଶଶୀଭୂଷଣ ଜାନୀ ଓ ତାଙ୍କ ସ୍ତ୍ରୀ ସୀମା ଜାନୀଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ବାବଦକୁ ଚେକ୍‌ ପ୍ରଦାନ କରାଯାଇଥିଲା। ସେହିପରି ଜୁନାଗଡ଼ ବ୍ଳକର ବୁଢ଼ୀପଦର ଗ୍ରାମର ଦିବ୍ୟାଙ୍ଗ ପରିବାର ନୀଳକଣ୍ଠ ଲେଞ୍ଜିଆ ଓ ତାଙ୍କ ସ୍ତ୍ରୀ ସାବେତ୍ରୀ ଲେଞ୍ଜିଆଙ୍କୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌ ଦିଆଯାଇଥିବା ବେଳେ ୨ଜଣ ଦିବ୍ୟାଙ୍ଗ ଛାତ୍ରଙ୍କୁ ଲାପଟପ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏସ୍‌ଓ ସସ୍ମିତା ହୋତା, ଜିଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ଭବାନୀପାଟଣାର ବାଦଲ ପଟ୍ଟନାଏକ, ନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।