ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍କୁ ବ୍ଲକ୍ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫୋନଗୁଡ଼ିକ ସହ ସମ୍ପୃକ୍ତ ଥିବା ୨୦ ଲକ୍ଷ ମୋବାଇଲ୍ ସଂଯୋଗକୁ ପୁନଃ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସାଇବର କ୍ରାଇମ୍ ଏବଂ ଆର୍ଥତ୍କ ଜାଲିଆତିରେ ଟେଲିକମ୍ ସମ୍ବଳର ଦୁରୁପଯୋଗ ରୋକିବା ପାଇଁ ଟେଲିକମ୍ ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯାଉଥିବା ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଡିଜିଟାଲ ବିପଦରୁ ନାଗରିକଙ୍କୁ ସୁରକ୍ଷା ଦେବା ଏହାର ଲକ୍ଷ୍ୟ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସ ଦ୍ୱାରା ହୋଇଥିବା ଏକ ବିଶ୍ଲେଷଣ ଅନୁଯାୟୀ ୨୮,୨୦୦ ମୋବାଇଲ ଫୋନ୍କୁ ସାଇବର ଅପରାଧରେ ଦୁରୁପଯୋଗ କରାଯାଉଛି। ଏହିସବୁ ହ୍ୟାଣ୍ଡସେଟ୍ ବ୍ୟବହାର କରାଯାଇ ୨୦ ଲକ୍ଷ ନମ୍ବର ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଥିଲା। ଉକ୍ତ ନମ୍ବରଗୁଡ଼ିକର ପୁନଃଯାଞ୍ଚରେ ବିଫଳ ହେଲେ ସେଗୁଡ଼ିକର ସଂଯୋଗ ବିଚ୍ଛିନ୍ନ କରିବାକୁ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।