Categories: ଜାତୀୟ

ଦୁର୍ଘଟଣାରେ ଚାଲିଗଲା ୨୦ ଜୀବନ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ/ତିରୁଭନ୍ନାମଲାଇ,୧୫ା୧୦: (୦୩) ରବିବାର ମହାରାଷ୍ଟ୍ର ଓ ତାମିଲନାଡୁରେ ଘଟିଥିବା ୨ଟି ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲାରେ ସମୃଦ୍ଧି ଏକ୍ସପ୍ରେସ୍‌ଓ୍ବେରେ ଏକ ଟ୍ରକ୍‌କୁ ମିନିବସ୍‌ ଧକ୍କା ଦେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମହିଳା, ୫ ପୁରୁଷ ଓ ଜଣେ ନାବାଳିକା ଅଛନ୍ତି। ସେହିପରି ତାମିଲନାଡ଼ୁର ତିରୁଭନ୍ନାମଲାଇରେ କାର୍‌-ଟ୍ରକ୍‌ ଧକ୍କା ହେବାରୁ ୨ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ୟକ୍ତିମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

Share