କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟିହେଲା ୨୦ ନୂଆ ପଦବୀ

ଭୁବନେଶ୍ବର,୧୩ା୧(ବ୍ୟୁରୋ): କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଏହି ଡାକ୍ତରଖାନା ପାଇଁ ୩ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତିଶଲ୍ୟ ସ୍ପେଶାଲିଷ୍ଟ୍‌, ଗୋଟିଏ ଜରୁରିକାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ, ୮ଟି ମେଡିକାଲ ଅଧିକାରୀ, ଗୋଟିଏ ଦନ୍ତ ଚିକିତ୍ସକ ଏବଂ ୩ଟି ପରୀକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି। ଏହିସବୁ ପଦବୀରେ ସ୍ପେଶାଲିଷ୍ଟମାନେ ନିୟୋଜିତ ହେବାପରେ କେନ୍ଦୁଝର ଜିଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁଗୁଣିତ ହେବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି।