Advertisement

ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ୨୦ ଯାତ୍ରୀ କରୋନା ପଜିଟିଭ: ୧୮ଙ୍କ ଠାରେ ନ ଥିଲା କୌଣସି ଲକ୍ଷଣ

ନୂଆଦିଲ୍ଲୀ,୭।୯: କାୟା ମେଲାଉଛି କରୋନା। ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ଏବେ ୨୦ ଜଣ ଯାତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା କୁହାଯାଏ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୭୦ରୁ ଊର୍ଦ୍ଧ୍ୱ। ଏବେ ଏମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟର ପଠାଇ ଦିଆଯାଇଥିବା ଜଣାପଡିଛି। ଏବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ କରାଗଲାଣି। ସୂଚନାଯୋଗ୍ୟ, ଏହା ପୂର୍ବରୁ ପଞ୍ଜାବର ଲୁଧିଆନାରେ ରେଲଓ୍ବେ ପ୍ରୋଟେକ୍ସନ୍‌ ଫୋର୍ସ (ଆର୍‌ପିଏଫ୍‌)ର ୧୪ ଯବାନ କରୋନାରେ ସଂକ୍ରମିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପାଇଁ ନିୟୋଜିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share