ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତଦାନ କରିବାକୁ ଯାଉଛନ୍ତି। ସେଥିମଧ୍ୟରେ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭%, ୨୦ରୁ ୨୯ ବର୍ଷ ୨୧.୩୧% ହଜାରରେ ପୁରୁଷରେ ୯୭୫ ମହିଳା ଅଛନ୍ତି। ସବୁଠୁ ଅଧିକ ସୁନ୍ଦରଗଡ଼ରେ ଭୋଟ ଗ୍ରହଣ ପାଇଁ ୯୧୬୨ ବୁଥ କରାଯାଇଛି। ୧୫୪୧ ମଡର୍ଣ୍ଣ ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ହାରାହାରି ଭୋଟର ୮୭୦ ରହିଛନ୍ତି। ୧୦୪୧ ମହିଳା ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଛି। ୨୦ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ ବୋଲି ସିଇଓ ସୂଚନା ଦେଇଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦୨ କମ୍ପାନୀ ସିଏପିଏଫ ମୁତୟନ ହେବେ। ୨୨ କମ୍ପାନୀ କନ୍ଧମାଳରେ, ୨୦ କମ୍ପାନୀ ଗଂଜାମ, ସୁନ୍ଦରଗଡ଼ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ନିଯୁକ୍ତି ହେବେ।