Advertisement

କୋରାପୁଟର ୨୦ ଆବାସିକ ଛାତ୍ରାବାସକୁ ମିଳିଲା ଆଇଏସ୍‌ଓ ସାର୍ଟିଫିକେଟ

କୋରାପୁଟ,୧୧ା୬(ସ୍ବ.ପ୍ର.): କୋରାପୁଟ ଜିଲାର ୨୦ଟି ଆବାସିକ ବିଦ୍ୟାଳୟକୁ ଆଇଏସ୍‌ଓ ସାର୍ଟିଫିକେଟ ମିଳିଛି। ଏନେଇ କୋରାପୁଟ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି। ପ୍ରାୟ ୧ ବର୍ଷ ଧରି ଛାତ୍ରାବାସରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ଉପଲବ୍ଧିକୁ ଦେଖି ଏହି ସାର୍ଟିଫିକେଟ ମିଳିଛି।

ସୂଚନାନୁସାରେ, ରାଜ୍ୟ ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଆନୁକୂଲ୍ୟରେ  ଜିଲାରେ ଚାଲିଥିବା ୫୯୯ଟି ଆବାସିକ ବିଦ୍ୟାଳୟ ମଧ୍ୟରୁ ଗୁଣବତ୍ତାକୁ ଆଧାର କରି କୋରାପୁଟ ବ୍ଲକ ଅନ୍ତର୍ଗତ ମଣ୍ଡାଗୁଡ଼ା ଆବାସିକ ବିଦ୍ୟାଳୟ ସମେତ ଜିଲାର ସମୁଦାୟ ୨୦ଟି ଆବାସିକ ଛାତ୍ରାବାସକୁ ସମ୍ମାନଜନକ ଆଇଏସ୍‌ଓ ସାର୍ଟିଫିକେଟ ମିଳିଛି। ଛାତ୍ରାବାସଗୁଡ଼ିକରେ ପିଲାଙ୍କ ରହିବା, ଖାଇବା, ଓ ପଢ଼ିବା ପାଇଁ ଉତ୍ତମ ପଠନ, ଶୟନ, କ୍ରୀଡ଼ା, ବିଜୁଳି, ପାନୀୟ ଜଳ ଆଦି ବ୍ୟବସ୍ଥାରେ ଅଦ୍ଭୁତପୂବର୍ର୍ ଉନ୍ନତି ଘଟିଥିବା ଛାତ୍ରୀ, ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିରେ ସଭାପତି ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, କମ୍ପ୍ୟୁଟରଯୁକ୍ତ ଶ୍ରେଣୀଗୃହ ଆଦି ଖାଲି ସୈଖିକ ପରିବେଶରେ ଉନ୍ନତି ଆଣିବା ଦ୍ୱାରା ପିଲାଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆକର୍ଷଣରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share